ଶ୍ରୀମନ୍ଦିର ପ୍ରାଥମିକ ଚିକିତ୍ସା କେନ୍ଦ୍ର ହେଲା କାର୍ଯ୍ୟକାରୀ, ଉଦଘାଟନ କଲେ ପୁରୀ ଆସିଥିବା ଦୁଇ ବୟସ୍କ ଭକ୍ତ

ପୁରୀ- ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ, କର୍ମଚାରୀ ଓ ଏଠାକୁ ଆସୁଥିବା ଅଗଣିତ ଭକ୍ତମାନଙ୍କ ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଆଜିଠାରୁ କାର୍ଯ୍ୟ ଆରମ୍ଭ କରିଛି ।

ଭକ୍ତ, ସେବାୟତ ଓ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ଜନିତ ଜରୁରୀକାଳୀନ ଆବଶ୍ୟକତା ନିମନ୍ତେ ଏହି ପ୍ରାଥମିକ ଚିକିତ୍ସା କେନ୍ଦ୍ର ଉଦ୍ଦିଷ୍ଟ । ଆଜି ଦର୍ଶନ ନିମନ୍ତେ ଆସିଥିବା ଦୁଇ ବୟସ୍କ ଭକ୍ତଙ୍କ ଦ୍ୱାରା ଏହି ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ କରାଯାଇଥିଲା ।

Comments are closed.