ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ – କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ର ବୋର୍ଡ ପରୀକ୍ଷା ସମ୍ପର୍କରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଛି। ।

ସିବିଏସ୍ଇ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଶିକ୍ଷା ମନ୍ତ୍ରଣାଳୟ ଏବଂ ସିବିଏସଇ ଅଧିକାରୀଙ୍କ ସହ କରିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଦେଶରେ କରୋନା ମହାମାରୀରୁ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ପ୍ରଥମ ଥର ପାଇଁ ସିବିଏସ୍ଇ ଦଶମ ବୋର୍ଡ ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରି ଦିଆଯାଇଛି | ଏବେ ପ୍ରଶ୍ନ ହେଉଛି, ଏପରି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ରେଜଲ୍ଟ କିପରି ପ୍ରସ୍ତୁତ ହେବ? ପିଏମ ମୋଦିଙ୍କ ବୈଠକରେ ଏହା ମଧ୍ୟ ଆଲୋଚନା କରାଯାଇଥିଲା। ସରକାର ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ସିବିଏସ୍ଇ ଏହାର ମାନଦଣ୍ଡ ସ୍ଥିର କରିବ। ସେହି ଆଧାରରେ ଚଳିତ ବର୍ଷ ସିବିଏସ୍ଇ ଦଶମ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରସ୍ତୁତ ହେବ ।

Comments are closed.