ସଂକ୍ରମଣରେ ସର୍ବକାଳୀନ ରେକର୍ଡ଼, ଦିନକରେ ୧.୮୪ ଲକ୍ଷ ନୂଆ ମାମଲା, ହଜାରେରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ – ସାରା ଦେଶରେ କରୋନା ସଂକ୍ରମଣର ଗ୍ରାଫ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସ୍ଥିତି ଏପରି ହୋଇଛି ଯେ ନୂଆ ମାମଲା ପ୍ରାୟ ଦୁଇ ଲକ୍ଷରେ ପହଞ୍ଚିଛି। ଏହାଛଡ଼ା ଚଳିତ ବର୍ଷ ପ୍ରଥମ ଥର ପାଇଁ କରୋନା ମୃତ୍ୟୁ ସଂଖ୍ୟା ହଜାରେ ଅତିକ୍ରମ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୮୪,୩୭୨ ନୂଆ କରୋନା ମାମଲା ଆସିଛି ଏବଂ ୧୦୨୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ତେବେ କରୋନାରୁ ୮୨,୩୩୯ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି। ଏହାପୂର୍ବରୁ ସୋମବାର ଦିନ ୧୬୧,୭୩୬ ଟି ନୂଆ ମାମଲା ଚିହ୍ନଟ ହୋଇଥିଲା। ଗତ ବର୍ଷ ଅକ୍ଟୋବର ୨ରେ ୧୦୬୯ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଥିଲା।

ଭାରତରେ ଏବେ ମୋଟ କରୋନା ମାମଲା ଏକ କୋଟି ୩୮ ଲକ୍ଷ ୭୩ ହଜାର ୮୨୫ ରେ ପହଞ୍ଚିଛି । ଏଯାବତ କରୋନାରେ ୧ ଲକ୍ଷ ୭୨ ହଜାର ୮୫ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ସମ୍ପ୍ରତି ସକ୍ରିୟ ମାମଲା ୧୩ ଲକ୍ଷ ଟପିଛି । ମୋଟ ସକ୍ରିୟ ମାମଲା ବର୍ତ୍ତମାନ ୧୩ ଲକ୍ଷ ୬୫ ହଜାର ୭୦୪କୁ ବୃଦ୍ଧି ପାଇଛି । ଏ ପର୍ଯ୍ୟନ୍ତ ଏକ କୋଟି ୨୩ ଲକ୍ଷ ୩୬ ହଜାର ଲୋକ ସୁସ୍ଥ ହୋଇଛନ୍ତି ।

Comments are closed.