ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ୮୪ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର- ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଆଉ ନାହାନ୍ତି । ୮୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ନିମୋନିଆରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ ଶାନ୍ତନୁ । ଓଡିଆ ସଂଗୀତ ଶିଳ୍ପ ସହ ୬୦ ବର୍ଷ ଧରି ଜଡିତ ଥିଲେ ଶାନ୍ତନୁ । ସେ ଅନେକ ଓଡିଆ ଚଳଚ୍ଚିତ୍ର ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ସେ ମୋଟ ୫୩ଟି ଫିଲ୍ମ ଓ ଟେଲିଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ଯାତ୍ରା ଓ ଆକାଶବାଣୀ କଟକର ଅନେକ ଡ୍ରାମାରେ ବି ସଂଗୀତ ଦେଇଥିଲେ ଶାନ୍ତନୁ । ସୂର୍ଯ୍ୟମୁଖୀ, ଅରୁନ୍ଧତୀ, ଚିଲିକାତୀରେ, ଅଗ୍ନି ପରୀକ୍ଷା, ଡୋରା, ଜଗା ବଳିଆ, ଗୋଲାମଗିରି, ମୁକ୍ତି ତୀର୍ଥ ଭଳି ଓଡିଆ ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶକ ଥିଲେ ଶାନ୍ତନୁ । ସେ ଅନେକ ସମ୍ମାନ ଓ ପୁରସ୍କାର ହାସଲ କରିଥିଲେ ।

Comments are closed.