ଚାଷୀ ଆନ୍ଦୋଳନ: ଆଜି ସରକାର-ଚାଷୀଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ – କୃଷି ଆଇନ ନେଇ କେନ୍ଦ୍ର ସରକାର ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ବୁଧବାର ସପ୍ତମ ପର୍ଯ୍ୟାୟ ଆଲୋଚନା ହେବ । ବିଜ୍ଞାନ ଭବନରେ ଅପରାହ୍ନ ୨ଟାରେ ଏହି ଆଲୋଚନା ଆରମ୍ଭ ହେବ । ତିନି କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୩୫ତମ ଦିନରେ ପହଞ୍ଚିଥିଲା ବେଳେ ଆଜି ହେବାକୁ ଥିବା ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି । କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଅଟଳ ରହିଛନ୍ତି । ଏହାଛଡ଼ା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ଆଇନଗତ ଗ୍ୟାରେଣ୍ଟି ଦେବାକୁ ସେମାନେ ଦାବି କରିଛନ୍ତି । କେନ୍ଦ୍ର ସରକାର କିନ୍ତୁ ଆଇନ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି । ଏଯାବତ୍ କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ୬ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଉଭୟ ପକ୍ଷ ମଧ୍ୟରେ ଶେଷଥର ଡିସେମ୍ବର ୮ରେ ଆଲୋଚନା ହୋଇଥିଲା ।

Comments are closed.