ସରକାର ଓ ବିରୋଧୀଙ୍କ ମଧ୍ୟରେ ସହମତି, କୃଷକ ଆନ୍ଦୋଳନ ଉପରେ ରାଜ୍ୟସଭାରେ ହେବ ୧୫ ଘଣ୍ଟା ଆଲୋଚନା

ନୂଆଦିଲ୍ଲୀ – ରାଜ୍ୟସଭାରେ କୃଷକ ଆନ୍ଦୋଳନ ଉପରେ ହେବ ଆଲୋଚନା । ଏନେଇ ବିରୋଧୀଙ୍କ ଦାବିକୁ ଗ୍ରହଣ କରିନେଇଛନ୍ତି ସରକାର । ରାଜ୍ୟସଭାରେ ପ୍ରାୟ ୧୫ ଘଣ୍ଟା ଏହି ପ୍ରସଙ୍ଗ ଉପରେ ଆଲୋଚନା ହେବ । ଏଥିପାଇଁ ଦୁଇଦିନ ପର୍ଯ୍ୟନ୍ତ ପ୍ରଶ୍ନକାଳ ବାତିଲ କରାଯାଇଛି । ତେବେ କୃଷକ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ଓ ବିରୋଧୀ ମଧ୍ୟରେ ସହମତି ସତ୍ତ୍ୱେ ରାଜ୍ୟସଭାରେ ଆମ୍ ଆଦମି ପାର୍ଟି (ଆପ୍‌)ର ସାଂସଦମାନେ ହଙ୍ଗାମା କରିଥିଲେ । ଏଥିପାଇଁ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌.ଭେଙ୍କୟା ନାଇଡୁ ତିନି ଆପ୍ ସଦସ୍ୟଙ୍କୁ ଦିନକ ପାଇଁ ନିଲମ୍ବିତ କରିଛନ୍ତି । ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି ।
କୃଷକ ପ୍ରସଙ୍ଗରେ ରାଜ୍ୟସଭାରେ ଆଲୋଚନା ପାଇଁ ୧୬ରୁ ଊର୍ଦ୍ଧ୍ୱ ବିରୋଧୀ ଦଳ ଦାବି କରିଥିଲେ । ସେମାନେ ଏହି ପ୍ରସଙ୍ଗରେ ପାଞ୍ଚ ଘଣ୍ଟା ଆଲୋଚନା କରିବାକୁ ଦାବି କରିଥିଲା ବେଳେ ସରକାର ଏହାକୁ ୧୫ ଘଣ୍ଟା ବଢାଇବାକୁ ପ୍ରସ୍ତୁତ ବୋଲି କହିଥିଲେ । ବିରୋଧୀଙ୍କ ଦାବି ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗୃହରେ ଏହି ଘୋଷଣା କରିଥିଲେ ।

Comments are closed.