ସାଇବର ଠକେଇ ନେଇ ପୋଲିସ କମିଶନରଙ୍କ ସୂଚନା : ଝାଡଖଣ୍ଡର ଜମତରା ଗ୍ୟାଙ୍ଗ୍‌ର ଓଡିଶା ଲିଙ୍କ୍ ନାହିଁ

ଭୁବନେଶ୍ୱର-ସାଇବର ଠକେଇରେ ଲିପ୍ତ ଥିବା ଝାଡଖଣ୍ଡର ଜମତରା ଗ୍ୟାଙ୍ଗ ପ୍ରସଙ୍ଗରେ ପୋଲିସ କମିଶନର ସୁଧାଂଶ ଷଡଙ୍ଗୀ କହିଛନ୍ତି ଯେ, ରାଜ୍ୟରେ ଏହି ଗ୍ୟାଙ୍ଗର ଲିଙ୍କ୍ ନାହିଁ । କିନ୍ତୁ ସାଇବର ଠକେଇ ବିରୋଧରେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ପୋଲିସ କମିଶନର କହିଛନ୍ତି ଯେ, ଜମତରା ଗ୍ୟାଙ୍ଗ୍ ପ୍ରଥମେ ହ୍ୱାଟସ ଆପ୍ ଲିଙ୍କ୍ ପଠାଇଥାନ୍ତି । ଫୋନ୍ କରି ଏଟିଏମର ୧୬ ଟିକିଆ ନମ୍ବର ମାଗିଥାନ୍ତି । ଫୋନରୁ ଗ୍ରାହକଙ୍କ ଆକାଉଂଟର ତଥ୍ୟ ହାସଲ କରିଥାନ୍ତି ବୋଲି ସେ କହିଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ରାତି ୧୨ଟାରୁ ୨ଟା ମଧ୍ୟରେ ସେମାନେ ଟ୍ରାଂଜାକ୍ସନ କରୁଛନ୍ତି । ଫୋନରେ କାହାକୁ ଆକାଉଂଟର ତଥ୍ୟ ନ ଦେବାକୁ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି । କୌଣସି ସମସ୍ୟା ଥିଲେ ପୋଲିସକୁ ଜଣାଇବାକୁ ସେ ଅନୁରୋଧ କରିଛନ୍ତି ।

Comments are closed.