କରୋନା କବଳରେ ତିହାର ଜେଲ୍, ୬୮ କଏଦୀ, ୧୧ କର୍ମଚାରୀ ସଂକ୍ରମିତ

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲ ଏବେ କରୋନା କବଳିତ ହୋଇପଡିଛି । ମାତ୍ର ୧୨ ଦିନ ମଧ୍ୟରେ ତିହାର ଜେଲର ୬୮ ଜଣ କଏଦୀ ଏବଂ ୧୧ ଜଣ ଜେଲ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରେ ମାଣ୍ଡୋଲି ଜେଲର ଜେଲ ଅଧୀକ୍ଷକ ଏବଂ ତିହାର ଜେଲର ଦୁଇଜଣ ଡାକ୍ତର ଅଛନ୍ତି। ଏଭଳି ପରିସ୍ଥିତିରେ ତିହାର ଜେଲରେ ଥିବା କଏଦୀମାନଙ୍କ ସମ୍ପର୍କୀୟଙ୍କ ସହ ମୁହାଁମୁହିଁ ସାକ୍ଷାତ ଉପରେ କଟକଣାକୁ ଆହୁରି ବଢାଇ ଦିଆଯିବା ସମ୍ଭାବନା ରହିଛି। ଏହି କଟକଣା ୧୫ ଏପ୍ରିଲ ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା ।

ତିହାର ଜେଲର ମହାନିର୍ଦ୍ଦେଶକ ସନ୍ଦୀପ ଗୋୟଲଙ୍କ କହିଛନ୍ତି ଯେ, ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଜେଲର ସବୁ କାରାଗାରରେ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି । ଏହି ସତର୍କତା ଅନୁଯାୟୀ ଯଦି କଏଦୀ କିମ୍ବା ଜେଲର କର୍ମଚାରୀମାନଙ୍କ ଠାରେ ରୋଗର ସାମାନ୍ୟ ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ସେମାନଙ୍କ ପରୀକ୍ଷା କରାଯାଉଛି | ଯଦି ସେମାନଙ୍କର ରିପୋର୍ଟ ପଜିଟିଭ୍ ଆସେ, ତେବେ ସେମାନଙ୍କୁ ଅଲଗାରେ କ୍ବାରେଣ୍ଟାଇନରେ ରଖାଯାଉଛି । ଆବଶ୍ୟକ ହେଲେ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି |

Comments are closed.