ସିଭିଲ ସର୍ଭିସ ପରୀକ୍ଷା ପାଇଁ ଅକ୍ଟୋବର ୩ରେ ପୂୂୂୂର୍ବତଟ ରେଳପଥ ଚଳାଚଳ କରିବ ୯ଟି ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର-ସିଭିଲ ସର୍ଭିସ ପରୀକ୍ଷା ( ପ୍ରିଲିମନାରୀ ) ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଆସନ୍ତାମାସ ୩ ତାରିଖରେ ସ୍ୱତନ୍ତ୍ର ଟ୍ରେନ ଚାଲିବ । ରେଳ ମନ୍ତ୍ରାଳୟ ପକ୍ଷରୁ ସେହି ଦିନ ପୂର୍ବତଟ ରେଳପଥ ଅଧିନରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ନିଷ୍ପତି ହୋଇଛି । ଅକ୍ଟୋବର ୪ ତାରିଖରେ ପରୀକ୍ଷା ହେବ । ସିଭିଲ ସର୍ଭିସ ପରୀକ୍ଷା କେନ୍ଦ୍ର କରାଯାଇଥିବା ସହରଗୁଡିକୁ ସ୍ୱତନ୍ତ୍ର ଟ୍ରେନ ପହଂଚିବ । ଏହି ଟ୍ରେନଗୁଡିକ ବ୍ରହ୍ମପୁର, କେନ୍ଦୁଝରଗଡ, ଖରିଆର ରୋଡ, ଇଚ୍ଛାପୁରମରୁ ଅକ୍ଟୋବର ତିନି ତାରିଖ ଅପରାହ୍ନ ୪ଟାରେ ଛାଡିବ । କୋରାପୁଟରୁ ସକାଳ ୫ଟା ଓ ରାଜ୍ୟର ଅନ୍ୟାନ୍ୟ ଷ୍ଟେସନରୁ ଦିନ ଗୋଟାଏରେ ଟ୍ରେନ ଛାଡିବ । ଟ୍ରେନଗୁଡିକ ସେହି ଦିନ ହିଁ ଗନ୍ତବ୍ୟ ସହରରେ ପହଂଚିବେ । ପରୀକ୍ଷା ସ୍ପେଶାଲ ଭାବେ ଟ୍ରେନଗୁଡିକ ଚାଲିବ ।

ସେହି ଟ୍ରେନଗୁଡିକ ହେଲା :

. ବ୍ରହ୍ମପୁର-କଟକ ମେମୁ
. କେନ୍ଦୁଝରଗଡ-କଟକ ମେମୁ
. ଇଚ୍ଛାପୁରମ-ବିଶାଖାପାଟଣା ମେମୁ
. ଖରିଆର ରୋଡ୍ – ସମ୍ବଲପୁର
. କୋରାପୁଟ-ବିଶାଖାପାଟଣା
. ରାଉରକେଲା –କଟକ ଭାୟା ଝାରସୁଗୁଡା
. ବାରିପଦା –କଟକ
. ବିଜୟୱାଡା-ବିଶାଖାପାଟଣା

Comments are closed.