ସୀତାରମଙ୍କୁ ସହାୟ ହେଲା ଓଡ଼ିଶା – ମୋ ପରିବାର

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଧୂମାତ ଗ୍ରାମର ସୀତାରାମ ମଲ୍ଲିକ ଗତ ଆଠ ବର୍ଷ ହେଲା ଆଣ୍ଠୁ ଗଣ୍ଠି ରୋଗରେ ଆକ୍ରାନ୍ତ ହୋଇ କୋହଭରା କଣ୍ଠରେ ଗଣମାଧ୍ୟମ ଆଗରେ ଚିକିତ୍ସା ଲାଗି ସହାୟତା ମାଗିଥିଲେ ।

ଏ ଖବର ପାଇବା ପରେ ଓଡିଶା – ମୋ ପରିବାର ତରଫରୁ କେନ୍ଦ୍ରାପଡା ଜୀବନ ବିନ୍ଦୁ ସଂଯୋଜକ କାଳି ପ୍ରସାଦ ମିଶ୍ରଙ୍କୁ ଯୋଗାଯୋଗ କରି ସହାୟତାର ହାତ ବଢାଇବାକୁ ଚେଷ୍ଟା କରାଯାଇଥିଲା ।

ମିଶ୍ର କେନ୍ଦ୍ରାପଡା ସବ୍ କଲେକ୍ଟର ନିରଞ୍ଜନ ବେହେରାଙ୍କୁ ଯୋଗାଯୋଗ କରି ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଏହାପରେ ବେହେରା ସୀତାରାମଙ୍କୁ କିପରି ନିୟମିତ ଭାବେ ଔଷଧ ଯୋଗାଇ ଦିଆଯିବ ସେ ବ୍ୟବସ୍ଥା କରିବା ସହ ତାଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ ।

ଏହି ସହାୟତା ଲାଗି ସୀତାରାମଙ୍କ ପରିବାରବର୍ଗ ସବ କଲେକ୍ଟର ନିରଞ୍ଜନ ବେହେରା ଏବଂ ଓଡିଶା – ମୋ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed.