ସୁଧହାର ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ

ମୁମ୍ବାଇ – ବଜେଟ୍ ୨୦୨୧-୨୨ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍‌ବିଆଇ) ଶୁକ୍ରବାର ପ୍ରଥମ ଥର ମୁଦ୍ରାନୀତି ଘୋଷଣା କରିଛି । ଆର୍‌ବିଆଇ ସୁଧହାର ଅପରିବର୍ତ୍ତିତ ରଖିଛି । ରେପୋ ରେଟ୍ ପୂର୍ବଭଳି ୪ ପ୍ରତିଶତ ରହିଛି । ଆର୍‌ବିଆଇ ମୁଦ୍ରାନୀତି ସମୀକ୍ଷା କମିଟି (ଏମ୍‌ପିସି)ର ବୈଠକ ପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ମୁଦ୍ରାନୀତି ସମ୍ପର୍କରେ ଘୋଷଣା କରିଛନ୍ତି । ଆର୍ôଥକ ଅଭିବୃଦ୍ଧିରେ ସୁଧାର ଘଟିଥିବ ବେଳେ ମୁଦ୍ରାସ୍ଫୀତି ଦର ନିୟନ୍ତ୍ରଣରେ ରହିଥିବା ଦାସ ସୂଚନା ଦେଇଛନ୍ତି । ମୁଦ୍ରାସ୍ଫୀତି ଦର ୬% ତଳେ ରହିଛି । ମୁଦାସ୍ଫୀତି ଦର ଏବେ ୪% ବ୍ୟାଣ୍ଡ୍ ତଳକୁ ଖସିଛି । ୨୦୨୧-୨୨ରେ ଦେଶର ଅଭିବୃଦ୍ଧି ହାର ୧୦.୫% ରହିବ ବୋଲି ଦାସ ପୂର୍ବାନୁମାନ କରିଛନ୍ତି । କରୋନାପ ପାଇଁ ୨୦୨୦ରେ ଅଭିବୃଦ୍ଧି ହାର ମଧ୍ୟ ଧିମେଇ ଯାଇଥିଲା । ଏଥିରେ ଏବେ ସୁଧାର ଘଟୁଥିବା ସେ କହିଛନ୍ତି ।

Comments are closed.