ସୁନ୍ଦରଗଡ ଜିଲ୍ଲାରେ ମାତୃ ଓ ଶିଶୁ ମଙ୍ଗଳ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ର ଶୁଭାରମ୍ଭ

ସୁନ୍ଦରଗଡ – ସୁନ୍ଦରଗଡ ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ମାତୃଜ୍ୟୋତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ସମସ୍ତ ମହିଳାଙ୍କ ପାଇଁ ଗର୍ଭାବସ୍ଥାରେ ଚାରି ଥର ଅଲଟ୍ରା ସାଉଣ୍ଡ୍ ପରୀକ୍ଷା ସୁନିଶ୍ଚିତ କରାଯିବ । ମାତୃଜ୍ୟୋତି ଯୋଜନା ଅଧୀନରେ ଜିଲ୍ଲାର ୮ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୪୧ଟି ଅନୁବନ୍ଧିତ ଘରୋଇ ଅଲଟ୍ରାସାଉଣ୍ଡ୍ କ୍ଲିନିକ ମାଧ୍ୟମରେ ସେବା ପ୍ରଦାନ କରାଯିବ ।

ଗାଁ ଓ ସହରରେ ଆଶା ବା ଅଙ୍ଗନବାଡି କର୍ମୀମାନେ ଗର୍ଭବତୀ ମହିଳାଙ୍କୁ ସାଙ୍ଗରେ ନେଇ ଅଲଟ୍ରା ସାଉଣ୍ଡ ପରୀକ୍ଷା ସହ ଡାକ୍ତର ପରାମର୍ଶ କରାଇବେ । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତିବର୍ଷ ସୁନ୍ଦରଗଡ ଜିଲ୍ଲାର ୨୮୦୦ରୁ ଅଧିକ ଗର୍ଭବତୀ ମହିଳା ଉପକୃତ ହେବେ । ଗର୍ଭବତୀ ମାଆ ଓ ଶିଶୁର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ମାତୃ ଜ୍ୟୋତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି । ଜିଲ୍ଲା ଖଣିଜ ପ୍ରତିଷ୍ଠାନ-ଡିଏମଏଫ୍ ଏବଂ ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତାରେ ଜିଲ୍ଲାରେ ରବିବାର ଦିନ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

Comments are closed.