ସୁଶାନ୍ତ ରାଜପୁତ ମୃତ୍ୟୁର ଡ୍ରଗ୍ସ ଲିଙ୍କ୍ ମାମଲାରେ ରିୟା ଚକ୍ରବର୍ତୀଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ – ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ସ୍ୱର୍ଗତଃ ଅଭିନେତାଙ୍କ ପ୍ରେମିକା ରିୟା ଚକ୍ରବର୍ତୀଙ୍କୁ ଗିରଫ କରାଯାଇଛି । ଏହି ମାମଲାର ଡ୍ରଗ୍ସ ଲିଙ୍କରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ-ଏନସିବି ରିୟାଙ୍କୁ ତିନି ଦିନ ଧରି ମାରାଥନ ଜେରା କରିବା ପରେ ଆଜି ଗିରଫ କରିଛି ।

ପୂର୍ବରୁ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତୀ ଓ ସୁଶାନ୍ତଙ୍କ ବନ୍ଧୁ ସାମୁଏଲ ମିରିଣ୍ଡାଙ୍କୁ ଏନସିବି ଗିରଫ କରିଥିଲା । ଡ୍ରଗ୍ସ ଲିଙ୍କ୍ ମାମଲାରେ ରିୟାଙ୍କୁ ଅଧିକ ପଚରାଉଚୁରା କରିବା ପାଇଁ ସମନ କରିଥିଲା ଏମସିବି । ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ମଗାଉଥିବା ନେଇ ରିୟା ଏନସିବି ଆଗରେ ସ୍ୱୀକାର କରିଥିବା ଜଣାପଡିଛି । ତେବେ, ଏନସିବି ଡ୍ରଗ୍ସ ଲିଙ୍କ ମାମଲାରେ ରିୟାଙ୍କୁ ଗିରଫ କରିଛି । କିନ୍ତୁ ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଜାରି ରହିଛି ।

Comments are closed.