ସେଞ୍ଚୁରି ମାରିବ ତେଲ ଦର ! କ୍ରମାଗତ ପଞ୍ଚମ ଦିନ ପାଇଁ ବଢ଼ିଲା ପେଟ୍ରୋଲ-ଡିଜେଲ୍ ଦର

ନୂୂଆଦିଲ୍ଲୀ – ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ମାନେ କ୍ରମାଗତ ପଞ୍ଚମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରିଛନ୍ତି। ପେଟ୍ରୋଲ ଦର ୨୫-୩୦ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଦେଶର ସବୁଠାରୁ ମହଙ୍ଗା ପେଟ୍ରୋଲ ରାଜସ୍ଥାନର ଗଙ୍ଗନଗରରେ ବିକ୍ରି ହେଉଛି। ଏଠାରେ ପେଟ୍ରୋଲର ମୂଲ୍ୟ ୯୮.୯୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୦.୮୨ ଟଙ୍କା ରହିଛି। ମହାରାଷ୍ଟ୍ରର ପାର୍ବାନୀରେ ପେଟ୍ରୋଲ ୯୭.୦୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୬.୪୪ ଟଙ୍କା ରହିଛି।

ଫେବୃଆରୀରେ ଏପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲର ହାର ୭ ଗୁଣ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ୨.୧୪ ଟଙ୍କା ଏବଂ ଡିଜେଲ ୨.୨୬ ଟଙ୍କା ମହଙ୍ଗା ହୋଇଛି। ଏହାପୂର୍ବରୁ ଜାନୁଆରୀରେ ଏହି ହାର ୧୦ ଗୁଣ ବୃଦ୍ଧି ପାଇଥିଲା। ଏହି ସମୟ ମଧ୍ୟରେ ପେଟ୍ରୋଲର ମୂଲ୍ୟ ୨.୫୯ ଟଙ୍କା ଏବଂ ଡିଜେଲର ମୂଲ୍ୟ ୨.୬୧ ଟଙ୍କା ବୃଦ୍ଧି କରାଯାଇଛି।

Comments are closed.