ସେବାୟତଙ୍କ କଥା ରଖିଲେ ନବୀନ: ଶ୍ରୀମନ୍ଦିର ଢାଂଚାରେ ପରିଚାଳିତ ହେବ ଲିଙ୍ଗରାଜ ମନ୍ଦିର, ସ୍ୱତନ୍ତ୍ର ଅଧ୍ୟାଦେଶକୁ କ୍ୟାବିନେଟର ମୋହର

ଭୁବନେଶ୍ୱର- ଲିଙ୍ଗରାଜ ମନ୍ଦିର ପରିଚାଳନାକୁ ରାଜ୍ୟ ସରକାର ନିଜ ଅଧୀନକୁ ଆଣିଛନ୍ତି । ଏ ସଂପର୍କିତ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ସଂପର୍କିତ ପ୍ରସ୍ତାବ ଉପରେ ମୋହର ବାଜିଛି । ପୁରୀ ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ହେବ ବୋଲି ଗତ ସପ୍ତାହରେ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ କାମର ସମୀକ୍ଷା ବେଳେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏଣିକି ଶ୍ରୀମନ୍ଦିର ଢାଂଚାରେ ପରିଚାଳିତ ହେବ ଶ୍ରୀମନ୍ଦିର । ସ୍ୱତନ୍ତ୍ର ଆଇନ ବଳରେ ଗଢାଯିବ ଲିଙ୍ଗରାଜ ମନ୍ଦିର ପରିଚାଳନା କମିଟି ।

ଶ୍ରୀଲିଙ୍ଗରାଜ ମନ୍ଦିର, ଏହାର ସଂପତି ଓ ପରିସର ମଧ୍ୟରେ ଏବଂ ବାହାରେ ଥିବା ଅନ୍ୟ ମନ୍ଦିର,ପବିତ୍ର ସ୍ଥାନ ଓ ମଠ ସଂପର୍କିତ ବ୍ୟାପାରଗୁଡିକର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି କମିଟି ଗଠନ କରାଯିବ । କମିଟି ଉପରେ ସମସ୍ତ ଦାୟିତ୍ୱ ନ୍ୟସ୍ତ କରାଯିବ । ଏହାଦ୍ୱାରା ମନ୍ଦିର ବ୍ୟାପାର ଉତମ ପରିଚାଳନା ହୋଇପାରିବ । ଏହାଛଡା ଶ୍ରଦ୍ଧାଳୁ, ତୀର୍ଥ ଯାତ୍ରୀମାନଙ୍କୁ ଉନ୍ନତ ସେବା ମିଳିପାରିବ ।

Comments are closed.