ସେରମ୍ ଇନଷ୍ଟିଚ୍ୟୁଟରୁ ‘କୋଭିସିଲ୍ଡ’ ଟିକାର ପ୍ରଥମ ବ୍ୟାଚ୍ ପଠାଗଲା, ୧.୧ କୋଟି ଡୋଜ୍ ପାଇଁ ଅର୍ଡର ଦେଇଛନ୍ତି ସରକାର

ନୂଆଦିଲ୍ଲୀ – ଜାନୁଆରୀ ୧୬ ରୁ ଦେଶରେ ଟୀକାକରଣ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । କଡା ସୁରକ୍ଷା ମଧ୍ୟରେ ମଙ୍ଗଳବାର ସକାଳେ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଉତ୍ପାଦନ କେନ୍ଦ୍ରରୁ ‘କୋଭିଶିଲ୍ଡ’ ଟିକାରର ପ୍ରଥମ ବ୍ୟାଚ୍ ପଠାଯାଇଛି। ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକାର ଟିକା କୋଭିଶିଲ୍ଡର ଏକ କୋଟି ୧୦ ଲକ୍ଷ ଡୋଜ କିଣିବା ପାଇଁ କେନ୍ଦ୍ର ସରକାର ସୋମବାର ଅର୍ଡର ଦେଇଥିଲେ ।

ଏହି ଅର୍ଡର ଅନୁଯାୟୀ, ଏହି ଟିକାର ପ୍ରତ୍ୟେକ ଡୋଜର ମୂଲ୍ୟ ୨୦୦ ଟଙ୍କା ଓ ଏଥିରେ ୧୦ ଟଙ୍କା ଜିଏସଟି ଲାଗିବ । ଅର୍ଥାତ୍ ପ୍ରତି ଡୋଜର ମୂଲ୍ୟ ୨୧୦ ଟଙ୍କା ହେବ ।

ତିନୋଟି କଣ୍ଟେନର ଟ୍ରକରେ କୋଭିଶିଲ୍ଡ ଟିକା ବାକ୍ସକୁ ପୁଣେ ବିମାନବନ୍ଦରକୁ ନିଆଯାଇଥିଲା । ଏହି ଟ୍ରକରେ ଏହି ଟିକା ପୁଣେ ବିମାନବନ୍ଦରକୁ ତିନି ଡିଗ୍ରୀ ତାପମାତ୍ରା ସହିତ ପରିବହନ କରାଯାଇଥିଲା, ଯେଉଁଠାରୁ ସମୁଦାୟ ୮ ଟି ବିମାନରେ କୋଭିଶିଲ୍ଡ ଟିକାକୁ ୧୩ଟି ବିଭିନ୍ନ ସ୍ଥାନକୁ ନିଆଯିବ। ପ୍ରଥମ ବିମାନ ଦିଲ୍ଲୀ ବିମାନବନ୍ଦର ଅଭିମୁଖେ ଯାତ୍ରା କରିବ। ତା’ପରେ ଏହି ଟିକା ଦିଲ୍ଲୀରୁ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ। ଦେଶରେ ଜରୁରୀ ବ୍ୟବହାର ପାଇଁ କୋଭିଶିଲ୍ଡ ଟିକାକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ୩ ଜାନୁଆରୀରେ ଅନୁମତି ଦେଇଥିଲେ ​​। ଏକ ସପ୍ତାହ ଭିତରେ କୋଭିଶିଲ୍ଡର ଏକ କୋଟିରୁ ଅଧିକ ଡୋଜ ଯୋଗାଇ ଦିଆଯିବ। ପ୍ରଥମେ ଟିକା ମାତ୍ରା ୬୦ ପଏଣ୍ଟକୁ ପଠାଯିବ । ସେଠାରୁ ଟିକା ଅନ୍ୟ ସ୍ଥାନକୁ ପଠାଯିବ | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଖୁବ ଶୀଘ୍ର ଭାରତ ବାୟୋଟେକର କୋଭାକ୍ସିନ ପାଇଁ ବିକ୍ରୟ ଆଦେଶ ସ୍ୱାକ୍ଷର କରିବେ ।

Comments are closed.