ସେରମ୍ ଇନଷ୍ଟିଚ୍ୟୁଟ୍ ପରେ ଭାରତ ବାୟୋଟେକ୍ କମାଇଲା ଟିକା ମୂଲ୍ୟ, ରାଜ୍ୟମାନଙ୍କୁ ୪୦୦ ଟଙ୍କାରେ ମିଳିବ ‘କୋଭାକ୍ସିନ୍’ର ପ୍ରତି ଡୋଜ୍

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ପରେ ଭାରତ ବାୟୋଟେକ୍ ମଧ୍ୟ ନିଜ କୋଭିଡ୍ ଟିକା ‘କୋଭାକ୍ସିନ’ର ମୂଲ୍ୟ ହ୍ରାସ କରିଛି । ରାଜ୍ୟ ସରକାରଙ୍କ ପାଇଁ ‘କୋଭାକ୍ସିନ୍’ ଡୋଜ୍ ପିଛା ୬୦୦ ରୁ ୪୦୦ ଟଙ୍କା ହ୍ରାସ କରାଯାଇଛି । ଭାରତ ବାୟୋଟେକ ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି ।
ପୂର୍ବରୁ ଭାରତ ବାୟୋଟେକ ଏହି ଟିକାର ପ୍ରତି ଡୋଜ୍ ରାଜ୍ୟ ମାନଙ୍କୁ ୬୦୦ ଟଙ୍କାରେ ଦିଆଯିବ ବୋଲି ଘୋଷଣା କରିଥିଲା ।

ଗତକାଲି ସେରମ୍ ଇନଷ୍ଟିଚ୍ୟୁଟ୍ ରାଜ୍ୟମାନଙ୍କ ପାଇଁ ଏହାର କୋଭିଡ୍ ଟିକା ‘କୋଭିଶିଲ୍ଡ’ର ଦର ୪୦୦ ଟଙ୍କାରୁ ୩୦୦ ଟଙ୍କାକୁ କମାଇଥିଲା ।

Comments are closed.