ସୋମବାରଠାରୁ ଦିନ ୨ଟା ପରେ କଟକର ଦୋକାନବଜାର ବନ୍ଦ

କଟକ- ସୋମବାରଠାରୁ ଦିନ ୨ଟା ପରେ ବନ୍ଦ ରହିବ କଟକର ଦୋକାନବଜାର । ସୋମବାରଠାରୁ ମେ ୧୮ ତାରିଖ ଯାଏଁ ଦିନ ୨ଟା ପରେ ଦୋକାନ ବଜାର ବନ୍ଦ ରହିବ । କୋରୋନା ସଂକ୍ରମଣ ବୃଦ୍ଧି ହୋଇଥିବାରୁ ଦୋକାନ ବଜାର ବନ୍ଦ ପାଇଁ ବ୍ୟବସାୟୀ ସଂଘଗୁଡିକ ନିଷ୍ପତ୍ତି ନେଇଛନ୍ତି । ବ୍ୟବସାୟୀ ସଂଘଗୁଡିକର ଏହି ନିଷ୍ପତ୍ତିକୁ କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ ସ୍ୱାଗତ କରିଛନ୍ତି ।

Comments are closed.