ରାଜ୍ୟରେ ଦ୍ୱିତୀୟ ଡୋଜ୍ ପାଇଁ ଟିକା ନାହିଁ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ଦ୍ୱିତୀୟ୍ ଡୋଜ୍ ପାଇଁ ଟିକା ନାହିଁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି । ଦ୍ୱିତୀୟ ଡୋଜ୍ ପାଇଁ ୬ ଲକ୍ଷ ଟିକା ଆବଶ୍ୟକ । ଅଗ୍ରାଧିକାର ଭିତ୍ତିରେ ଦ୍ୱିତୀୟ ଡୋଜ୍ ଦେବା ପାଇଁ ଚିଠି ଲେଖାଯିବ ବୋଲି ପାଣିଗ୍ରାହୀ କହିଛନ୍ତି । ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କେବେ ଦିଆଯିବ, ଟିକା ଆସିବା ପରେ ହିଁ ସ୍ଥିର ହେବ । ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ଆଜି କିଛି କୋଭାକ୍ସିନ ଆସିବ । ଶନି ଓ ରବିବାର ସଟଡାଉନ୍ ପାଇଁ ଟିକାକରଣ ବନ୍ଦ ରହିବ । ଏବେ ୧ ଲକ୍ଷ ୬ ହଜାର ୩୬୦ କୋଭିସିଡ୍ଡ ଓ ୩ ଲକ୍ଷ ୩୪ ହାର ୫୦୦ କୋଭାକ୍ସିନ ଟିକା ରହିଛି । ବୌଦ୍ଧ, ଝାରସୁଗୁଡା, କୋରାପୁଟ, ସମ୍ବଲପୁର ଓ ସୋନପୁରରେ ଟିକକରଣ ବନ୍ଦ ରହିଛି ।

Comments are closed.