ସୋମାଲି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ, ୧୪ ମୃତ

ମୋଗାଦିଶୁ – ସୋମାଲି ପ୍ରଧାନମନ୍ତ୍ରୀ ମହମ୍ମଦ ରୋବଲଙ୍କୁ ଟାର୍ଗେଟ କରି ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।

ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦଳର ସଦସ୍ୟ ତଥା ସୋମାଲି ଜାତୀୟ ସେନାର କମାଣ୍ଡରଙ୍କ ସମେତ ବରିଷ୍ଠ ସେନା ଅଧିକାରୀ ମଧ୍ୟ ଅଛନ୍ତି ବୋଲି ସୋମାଲି ପୋଲିସ ଅଧିକାରୀ ନୁର ହେର୍ସି କହିଛନ୍ତି। ଘଟଣାସ୍ଥଳରେ ଦଶ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

ଶୁକ୍ରବାର ଗାଲକାୟୋ ସହରର ଏକ ଷ୍ଟାଡିୟମର ପ୍ରବେଶ ଦ୍ୱାରରେ ଜଣେ ଆତ୍ମଘାତୀ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା ‌। ଏହି ଷ୍ଟାଡିୟମରେ ରୋବଲେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏକ ରାଲିକୁ ସମ୍ବୋଧନ କରିବାର ଥିଲା । ଇସଲାମିକ୍ ଉଗ୍ରବାଦୀ ଗୋଷ୍ଠୀ ଅଲ-ଶାବ ଏହି ଆକ୍ରମଣ ପାଇଁ ନିିିଜକୁ ଦାୟୀ କରିଛି।

Comments are closed.