ସ୍ପଷ୍ଟ କଲା ହ୍ୱାଟ୍‌ସଆପ୍‌, ନୂଆ ଗୋପନୀୟତା ନୀତି ଗ୍ରହଣ ନ କଲେ ବି ବନ୍ଦ ହେବନି ଭାରତୀୟ ଗ୍ରାହକଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ହ୍ୱାଟ୍‌ସଆପ୍‌ର ନୂଆ ଗୋପନୀୟତା ନୀତିକୁ ଗ୍ରହଣ ନ କଲେ ମଧ୍ୟ ଭାରତୀୟ ଗ୍ରାହକଙ୍କ ଆକାଉଣ୍ଟ ବନ୍ଦ କରାଯିବ ନାହିଁ । ହ୍ୱାଟ୍‌ସଆପ୍ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି ।

ହ୍ୱାଟ୍‌ସଆପ୍ ନିଜ ଭାରତୀୟ ଗ୍ରାହକଙ୍କ ପାଇଁ ନୂଆ ଗୋପନୀୟତା ନୀତି ଲାଗୁ କରିବାକୁ ଯାଉଛି । ମେ ୧୫ ସୁଦ୍ଧା ଏହି ଗୋପନୀୟତା ନୀତିର ସର୍ତ୍ତାବଳୀ ଗ୍ରାହକଙ୍କୁ ଗ୍ରହଣ କରିବାକୁ ପଡିବ । ନୂଆ ଗୋପନୀୟତା ନୀତି ଅନୁଯାୟୀ ହ୍ୱାଟ୍‌ସଆପ୍ ଗ୍ରାହକଙ୍କ ବ୍ୟବସାୟ ସମ୍ପର୍କିତ ସୂଚନା ନିଜ ପ୍ୟାରେଣ୍ଟ୍ କମ୍ପାନୀ ଫେସ୍‌ବୁକ୍ ସହ ଅନ୍ୟ ଆପ୍‌ଗୁଡିକୁ ବି ସେୟାର କରିବ ।
ଫେବୃୟାରୀରେ ହ୍ୱାଟ୍‌ସଆପ୍ ନିଜ ନୂଆ ଗୋପନୀୟତା ନୀତି ସମ୍ପର୍କରେ ଗ୍ରାହକଙ୍କୁ ଅବଗତ କରିଥିଲା । ତେବେ ନୂଆ ଗୋପନୀୟତା ନୀତିକୁ ନେଇ ବିବାଦ ସୃଷ୍ଟି ହେବାରୁ ହ୍ୱାଟ୍‌ସଆପ୍ ଏହାକୁ ମେ ଯାଏଁ ସ୍ଥଗିତ ରଖିଥିଲା ।

ହ୍ୱାଟ୍‌ସଆପ୍‌ର ଜଣେ ପ୍ରବକ୍ତା କହିଛନ୍ତି ଯେ, ମେ ୧୫ ସୁଦ୍ଧା ନୂଆ ଗୋପନୀୟତା ନୀତି ଗ୍ରହଣ ନ କଲେ ବି ଭାରତୀୟ ଗ୍ରାହକଙ୍କ ଆକାଉଣ୍ଟ ବନ୍ଦ ହେବ ନାହିଁ । ଆମେ କିନ୍ତୁ ଲୋକଙ୍କୁ ଏହି ଗୋପନୀୟତା ନୀତି ଗ୍ରହଣ କରିବାକୁ ମନେ ପକାଇବା ଜାରି ରଖିବୁ ।

ଭାରତ ହେଉଛି ହ୍ୱାଟ୍‌ସଆପ୍‌ର ସବୁଠୁ ବଡ଼ ବଜାର । ଭାରତରରେ ଏହି ମେସେଜିଂ ଆପ୍‌ର ପ୍ରାୟ ୪୦୦ ନିୟୁତ ଗ୍ରାହକ ଅଛନ୍ତି ।

Comments are closed.