ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା : କାଲିଠୁ ରାଜ୍ୟରେ ଟିକାକରଣ କେନ୍ଦ୍ର ସଂଖ୍ୟା ବଢିବ

ଭୁବନେଶ୍ୱର- ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ, କାଲିଠାରୁ ରାଜ୍ୟରେ ଟିକାକରଣ କେନ୍ଦ୍ର ସଂଖ୍ୟା ବଢିବ ।

ପ୍ରତି ମେଡିକାଲ କଲେଜରେ ୫ଟି ଟିକାକରଣ କେନ୍ଦ୍ର ରହିବ । ଟିକାକରଣ ପାଇଁ ପ୍ରତି ଟିମରେ ୫ ଜଣ ବଦଳରେ ୬ ଜଣ ରହିବେ । ପ୍ରତି କେନ୍ଦ୍ରରେ ୨୦୦ ଜଣଙ୍କୁ କୋରୋନା ଟିକା ଦିଆଯାଇପାରିବ । ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ଟି ଲେଖାଏଁ କେନ୍ଦ୍ର ରହିବ । ପ୍ରତି କେନ୍ଦ୍ରରେ ୧୦୦ ବା ତାଠାରୁ ଅଧିକ ଲୋକେ ଟିକା ନେଇପାରିବେ । ସିଏଚସିରେ ଗୋଟିଏ ଲେଖାଏଁ କେନ୍ଦ୍ର ରହିବ । ଏଠାରେ ୧୦୦ ଜଣ ଟିକା ନେଇପାରିବେ ।

୭ରୁ ୧୦ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏହି ମାସ ୨୫ ସୁଦ୍ଧା ଡାଟାବେସ୍ ପ୍ରସ୍ତୁତି ଶେଷ ହେବ ବୋଲି ସେ କହିଛନ୍ତି ।

Comments are closed.