ହଜାରେରୁ ଅଧିକ ପ୍ଲାଜମାଫୋରେସିସ ପ୍ରକ୍ରିୟା ସଂପୂର୍ଣ୍ଣ ପାଇଁ ଏସସିବି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଏକ ହଜାର ପ୍ଲାଜମାଫେରେସିସ ପ୍ରକ୍ରିୟା ସଂପୂର୍ଣ୍ଣ କରିଥିବାରୁ କଟକ ଏସସିବି ପ୍ଲାଜମା ବ୍ୟାଙ୍କ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ଏସସିବି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । କୋରୋନା ବିରୋଧୀ ଲଢେଇକୁ ପ୍ଲାଜମା ଥେରାପି ସଶକ୍ତ କରିଛି । ଗୁରୁତର କୋରୋନା ରୋଗୀଙ୍କ ଜୀବନ ବଂଚାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.