ହରିୟାଣାର ସ୍କୁଲ କରୋନା ହଟ୍‌ସ୍ପଟ୍‌, ୫୪ ଛାତ୍ର ସଂକ୍ରମିତ

କର୍ନାଲ – ହରିୟାଣା କର୍ନାଲର ଏକ ସ୍କୁଲ୍ ହଷ୍ଟେଲ୍ କରୋନା ହଟ୍‌ସ୍ପଟ୍ ପାଲଟିଛି । ଏହି ସ୍କୁଲର ୫୪ ଛାତ୍ର କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ହରିୟାଣାରେ ଡିସେମ୍ବର ଠାରୁ ସ୍କୁଲରେ ନବମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ପାଠପଢ଼ା ଆରମ୍ଭ ହୋଇଥିଲା । ପରେ ଫେବୃୟାରୀ ୪ରୁ ତୃତୀୟ ଓ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଥିଲା ।

ସେମାବାର ସେହି ସ୍କୁଲର ତିନି ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । କଣ୍ଟାକ୍ଟ ଟ୍ରେସିଂ ଓ ଉକ୍ତ ତିନି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଛାତ୍ର ମାନଙ୍କ ପରୀକ୍ଷା ପରେ ଆଉ ୫୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସ୍କୁଲକୁ ସିଲ୍ କରାଯାଇଛି ଏବଂ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି ।

ରାଜ୍ୟରେ ଅନଲାଇନ କ୍ଲାସ ବି ଜାରି ରହିଛି । ପିଲାମାନେ ସ୍କୁଲ ଯିବା ବାଧ୍ୟତାମୂଳକ ନୁହେଁ ବୋଲି ରାଜ୍ୟ ସରକାର କହିଛନ୍ତି ।

Comments are closed.