ହାଇଦର୍ ଫେରାର ଘଟଣାରେ ଜଣେ ହାବିଲଦାର ଓ ୫ କନେଷ୍ଟବଳ ସସପେଣ୍ଡ୍

କଟକ- ଏସସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାରେ ୬ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ୍ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଜଣେ ହାବିଲଦାର ଓ ୫ କନେଷ୍ଟବଳଙ୍କୁ ସସପେଣ୍ଡ୍ କରିଛନ୍ତି ସମ୍ବଲପୁର ଏସପି । ହାଇଦରକୁ ଖୁବ୍‌ଶୀଘ୍ର ଧରାଯିବ ବୋଲି କ୍ରାଇମବ୍ରାଂଚ ଏଡିଜି ସୂଚନା ଦେଇଛନ୍ତି । ଘଟଣା ନେଇ ପୋଲିସ ମହାନିର୍ଦ୍ଦେଶକ ଉତ୍ତସ୍ତରୀୟ ବୈଠକ କରିଛନ୍ତି । ସବୁ ସୀମାନ୍ତବର୍ତ୍ତୀ ଅଂଚଳ ଉପରେ ନଜର ରଖାଯାଇଛି । ସବୁ ଜିଲ୍ଲାର ଏସପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା କ୍ରାଇମବ୍ରାଂଚ ଏଡିଜି କହିଛନ୍ତି ।

Comments are closed.