ହାଇଦର ଫେରାର ମାମଲା : ସମ୍ବଲପୁର ରିଜର୍ଭ ଇନସପେକ୍ଟର ମଧୁସୂଦନ ମହାପାତ୍ରଙ୍କୁ ବଦଳି

ଭୁବନେଶ୍ୱର- କଟକ ଏସସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଅଲ୍ଲୀ ଫେରାର ଘଟଣାରେ ସମ୍ବଲପୁର ରିଜର୍ଭ ଇନସପେକ୍ଟର ମଧୁସୂଦନ ମହାପାତ୍ରଙ୍କୁ ବଦଳି କରାଯାଇଛି । ଦାୟିତ୍ୱ ଆଂବଟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାରୁ ମଧୁସୂଦନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମଧୁସୂଦନଙ୍କ ସ୍ଥାନରେ ଲୋଚନ ସେଠୀଙ୍କୁ ନିଯୁକ୍ତି ଦିଆଯାଇଛି । କିଛି ଦିନ ତଳେ ହାଇଦର ଅଲ୍ଲୀ ଏସସିବିରୁ ଫେରାର ହୋଇଯାଇଥିଲା । ପରେ ତାକୁ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲା । ଫେରାର ଘଟଣାରେ ୬ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ୍ କରାଯାଇଥିଲା ।

Comments are closed.