ହାତୀକୁ ଧକ୍‌କା ଦେଇ ପୁରୀ –ସୁରତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ହାତୀର ମୃତ୍ୟୁ, ଟ୍ରେନ ଯାତ୍ରୀ ସୁୁରକ୍ଷିତ

ସମ୍ବଲପୁର – ପୁରୀ –ସୁରତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ସମ୍ବଲପୁର ହାତୀବାରି ଷ୍ଟେସନ ନିକଟରେ ହାତୀକୁ ଧକକା ଦେଇ ଟ୍ରେନ୍ ଇଂଜିନର ୬ଟି ଚକ ଲାଇନଚ୍ୟୁତ ହୋଇଛି । ହାତୀର ମୃତ୍ୟୁ ହୋଇଥିବା ବେଳେ ଯାତ୍ରୀ, ଡ୍ରାଇଭର ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରେ ରେଳ ଓ ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ପହଂଚିଛନ୍ତି । ହାତୀପଲ ଟ୍ରାକ୍ ପାର ହେଉଥିବା ବେଳେ ଟ୍ରେନ ମାଡିଯାଇଥିଲା । କିଛି ସମୟ ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.