ହିଞ୍ଜିଳି ମ୍ୟୁନିସପାଲିଟିର ୧୪ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ୨୮ କୋଟି ବ୍ୟୟ ବ୍ୟୟରେ ନିର୍ମିତ ୧୪ଟି ପ୍ରକଳ୍ପ ଉଦଘାଟନ କରିବେ । ଏଥିମଧ୍ୟରେ ରହିଛି ଉପଖଣ୍ଡ ଡାକ୍ତରଖାନା, ବସ ଟର୍ମିନାଲ, ହିଞ୍ଜିଳିକାଟୁ ନେତାଜୀ ପାର୍କ, ମାଛ ମାଂସ ବଜାର, ମ୍ୟୁନିସିପାଲିଟିର ବର୍ଦ୍ଧିତ ଅଫିସ କୋଠା । ଏଥସହ ଆରଏମସି ଓ ପୌରପାଳିକାର ବଜାର ଗୃହ, ପୌର ଅତିଥି ଭବନ, ପରିବା ବଜାର ଭେଣ୍ଡିଂ ଜୋନ, ଆରଏମସି ଇ-ନାମ ଓ ଲାବ୍ ଗୃହ, ବରିଷ୍ଠ ନାଗରିକଙ୍କ ଚିତ୍ତ ବିନୋଦନ କେନ୍ଦ୍ର, ମିନି ଶୀତଳ ଭଣ୍ଡାର, ୨ଟି ମିନି କଲ୍ୟାଣ ମଣ୍ଡପକୁ ମଧ୍ୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିରୁ କିଛି ପ୍ରକଳ୍ପ ବହୁ ଦିନ ଧରି ନିର୍ମାଣ ସରିଥିଲେ ମଧ୍ୟ କୋରୋନା ଯୋଗୁଁ ଉଦଘାଟନ ହୋଇ ପାରି ନ ଥିଲା ।

Comments are closed.