ହୁମାରେ ଓଲଟି ପଡିରହିଛି ଆମୋନିଆ ଗ୍ୟାସ ଟ୍ୟାଙ୍କର, ପାରାଦୀପରୁ ଘଟଣାସ୍ଥଳ ଗଲେ ବୈଷୟିକ ଟିମ୍

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲା ହୁମ୍ମା ନିକଟ ଜାତୀୟ ରାଜପଥରେ ଆମୋନିଆ ଗ୍ୟାସ ଟ୍ୟାଙ୍କର ଓଲଟିବା ପରେ ପାରାଦୀପରୁ ଏକ ବୈଷୟିକ ଦଳ ଘଟଣାସ୍ଥଳକୁ ଯାଇଛନ୍ତି । ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରରୁ ହାଇୱା ଆସିଲେ ଟ୍ୟାଙ୍କର ରାଜପଥରୁ ଉଠିବ । ଗତକାଲି ଟ୍ୟାଙ୍କରଟି ଓଲଟି ପଡିଥିଲା । ରାଜପଥର ଗୋଟିଏ ପାଶ୍ୱର୍ରେ ଯାତାୟତକୁ ବନ୍ଦ ରଖାଯାଇଛି । ଗତକାଲି ଟ୍ୟାଙ୍କରଟି ପାରାଦୀପରୁ ବିଶାଖାପାଟଣା ଯାଉଥିଲା ।

Comments are closed.