୧୦ଟି ଦଳକୁ ନେଇ ହେବ ଆଇପିଏଲ୍‌, ବିସିସିଆଇ ଏଜିଏମ୍‌ରେ ନିଷ୍ପତ୍ତି

ଅହମ୍ମଦାବାଦ – ଆଇପିଏଲରେ ଆଉ ଦୁଇଟି ନୂଆ ଦଳକୁ ସାମିଲ କରାଯିବ । ଏଣିକି ଏହି ଲୋକପ୍ରିୟ ଟି୨୦ ଲିଗ୍‌ରେ ୧୦ଟି ଦଳ ଖେଳିବେ । ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବିସିସିଆଇର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଏହି ନିଷ୍ପତ୍ତି ନିଆଯାଇଛି । ଏଯାବତ୍ ଆଇପିଏଲ୍ ୮ଟି ଦଳକୁ ନେଇ ଖେଳାଯାଉଛି । ଆସନ୍ତାବର୍ଷ ଅର୍ଥାତ୍ ୨୦୨୧ରେ ମଧ୍ୟ ୮ଟି ଦଳ ହିଁ ଅଂଶଗ୍ରହଣ କରିବେ । ତେବେ ୨୦୨୨ ରୁ ଏହି ଟୁର୍ଣ୍ଣାମେଣ୍ଟ୧୦ଟି ଦଳକୁ ନେଇ ଅନୁଷ୍ଠିତ ହେବ । ଆଉ ଦୁଇ ନୂଆ ଦଳ ମିଶିବା ଦ୍ୱାରା ଆଇପିଏଲର ମ୍ୟାଚ୍ ସଂଖ୍ୟା ମଧ୍ୟ ବଢ଼ିବ । ବର୍ତ୍ତମାନ ଆଇପିଏଲରେ ମ୍ୟାଚ୍ ସଂଖ୍ୟା ୬୦ରେ ସୀମିତ ରହୁଛି । ଆଉ ଦୁଇ ନୂଆ ଦଳ ଯୋଗଦେବା ପରେ ଆଇପିଏଲର ମ୍ୟାଚ୍ ସଂଖ୍ୟା ୯୪କୁ ବୃଦ୍ଧି ପାଇବ । ଅର୍ଥାତ୍ ଏହି ଟି୨୦ ଲିଗ୍ ଅଢ଼େଇ ମାସ ଧରି ଚାଲିବ । ଏଥିପାଇଁ ଅନ୍ତର୍ଜାତୀୟ କ୍ୟାଲେଣ୍ଡରରେ ବିସିସିଆଇକୁ ଏକ ବଡ଼ ୱିଣ୍ଡୋ ଆବଶ୍ୟକ ।

Comments are closed.