୧୦ଟି ରାଜ୍ୟକୁ ୨୮୧ ଟ୍ୟାଙ୍କର ଅକ୍ସିଜେନ ପଠାଇଛି ଓଡିଶା

ଭୁବନେଶ୍ୱର- କୋରୋନା ସଂକଟ ପରିପ୍ରେକ୍ଷୀରେ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଇବା ଜାରି ରଖିଛି ଓଡିଶା । ୧୦ଟି ରାଜ୍ୟକୁ ଓଡିଶା ଏଯାବତ ୨୮୧ ଟ୍ୟାଙ୍କର ଅକ୍ସିଜେନ ପଠାଇସାରିଛି । ୧୨ ଦିନରେ ଗ୍ରୀନ କରିଡରରେ ପଠାଯାଇଛି ୫ ହଜାର ୧୨୫ ଟନ୍ ଅକ୍ସିଜେନ୍ । ଆନ୍ଧ୍ରକୁ ସର୍ବାଧିକ ୮୩, ତେଲେଙ୍ଗାନାକୁ ୭୬, ମଧ୍ୟପ୍ରଦେଶକୁ ୨୬, ୟୁପିକୁ ୨୪ ଓ ଛତିଶଗଡକୁ ୧୪ ଟ୍ୟାଙ୍କର ଅକ୍ସିଜେନ ପଠାଯାଇଛି ।

Comments are closed.