୧୦ ଆଂକାକ୍ଷୀ ଜିଲ୍ଲା ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର- ରାଜ୍ୟର ୧୦ ଆଂକାକ୍ଷୀ ଜିଲ୍ଲା ପାଇଁ ୧୦ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ବରିଷ୍ଠ ଅଧିକାରୀମାନେ ୩ ମାସ ପାଇଁ ଜିଲ୍ଲା ଦାୟିତ୍ୱରେ ରହିବେ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନର ସମୀକ୍ଷା କରିବେ ଏସବୁ ଅଧିକାରୀ ।

ନିଯୁକ୍ତ ହୋଇଥିବା ଅଧିକାରୀମାନେ ହେଲେ ନୂଆପଡା ଜିଲ୍ଲା ପାଇଁ ବିଷ୍ଣୁପଦ ସେଠୀ, ରାୟଗଡ ପାଇଁ ନିକୁଞ୍ଜ ଧଳ, ନବରଙ୍ଗପୁର ପାଇଁ ଅରବିନ୍ଦ ଅଗ୍ରୱାଲ, କନ୍ଧମାଳ ପାଇଁ ମଧୁସୂଦନ ପାଢୀ, କଳାହାଣ୍ଡି ପାଇଁ ସତ୍ୟବ୍ରତ ସାହୁ, ମାଲକାନଗିରି ପାଇଁ ଏନ.ବି ଜାୱେଲ, ବଲାଙ୍ଗିର ପାଇଁ ସୁରେନ୍ଦ୍ର କୁମାର, ଢେଙ୍କାନାଳ ଜିଲ୍ଲା ପାଇଁ ରଞ୍ଜନା ଚୋପ୍ରା ଓ କୋରାପୁଟ ଜିଲ୍ଲା ପାଇଁ ସନ୍ତୋଷ ଷଡଙ୍ଗୀ ।

Comments are closed.