୧୮ରୁ ୪୪ ବର୍ଷୀୟଙ୍କ ପାଇଁ ଟିକା ଆସିବାରେ ବିଳମ୍ବ, କାଲିଠାରୁ ପଂଜିକରଣ ହେଉଥିଲେ ବି ସ୍ଲଟ୍ ମିଳିବାରେ ହୋଇପାରେ ଡେରି

ଭୁବନେଶ୍ୱର- ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକା ଆସିବାରେ ବିଳମ୍ବ ହେବା ଆଶଙ୍କା ରହିଛି । ମେ ମଧ୍ୟଭାଗରେ ଭୁବନେଶ୍ୱରରେ ଦିଆଯାଉଥିବା କୋଭାକ୍ସିନ ଟିକା ଆସିପାରେ । ମେ ମାସରେ କୋଭିଶିଲ୍ଡ ଟିକା ପହଂଚିବା ସମ୍ଭାବନା କ୍ଷୀଣ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଏ ଦୃଷ୍ଟିରୁ କାଲିଠୁ ପଞ୍ଜିକରଣ ଆରମ୍ଭ ହେଉଥିଲେ ମଧ୍ୟ ସ୍ଲଟ୍ ମିଳିବାରେ ଡେରି ହୋଇପାରେ । ଟିକା ଉପଲବ୍ଧ ହେଲେ ସ୍ଲଟ ଅନୁସାରେ ଟିକାକରଣ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Comments are closed.