୨୦୧୪ ଦେଶଦ୍ରୋହ ମାମଲା, ଦୋଷୀ ଈଶ୍ୱର ବେହେରାଙ୍କୁ ଆଜୀବନ କାରା ଦଣ୍ଡାଦେଶ

ବାଲେଶ୍ୱର- ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଗୁପ୍ତ ସୂଚନା ଯୋଗାଉଥିବା ଅଭିଯୋଗ ପରେ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଈଶ୍ୱର ବେହେରାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ବାଲେଶ୍ୱର ଏଡିଜେ-୧ କୋର୍ଟ ଈଶ୍ୱରଙ୍କୁ କାରା ଦଣ୍ଡାଦେଶ ଦେଇଛନ୍ତି । କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ସେ ଆଇଏସଆଇକୁ ସୂଚନା ଦେଉଥିବା ପ୍ରମାଣିତ ହୋଇଥିଲା । ୨୦୧୪ ଡିସେମ୍ବର ୨୨ରେ ଈଶ୍ୱରକୁ ଗିରଫ କରିଥିଲା ଚାନ୍ଦିପୁର ପୋଲିସ । ଈଶ୍ୱରଙ୍କ ପାଖକୁ ୬୬୬ ସେକେଣ୍ଡର କଲ୍ ରେକର୍ଡର ପ୍ରମାଣ ରହିଛି । ଈଶ୍ୱରଙ୍କ ଏସବିଆଇ ଆକାଂଉଟକୁ ବିଭିନ୍ନ ଦେଶର ଟଙ୍କା ଆସିଥିଲା ।

Comments are closed.