ଚାକିରି ଠକେଇ ମାମଲା : ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ

ବ୍ରହ୍ମପୁର – ଚାକିରି ଠକେଇ ମାମଲାରେ ପାଠକ ବାପ-ପୁଅଙ୍କୁ ଆଜି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ହୋଇଥିବା ଠକେଇ ମାମଲାରେ ପାଠକ ବାପ-ପୁଅଙ୍କୁ ଯୋଡିଥିଲା ପୋଲିସ । ଭୁବନେଶ୍ୱର ଏସଡିଜେଏମ କୋର୍ଟଙ୍କ ଅନୁମତି ପରେ ଉଭୟ ପାଠକ ବାପ-ପୁଅଙ୍କୁ ବ୍ରହ୍ମପୁର କୋର୍ଟରେ ହାଜର କରାଯାଇଥିଲା । ଗତ ୪ ତାରିଖରେ ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟର ହାଜର ହୋଇଥିଲେ । ଗୋଳନ୍ଥରା ଥାନାରେ ହୋଇଥିବା ୩ଟି ଠକେଇ ମାମଲାରେ ହାଜର ହୋଇଥିଲେ ପ୍ରଦୀପ ।

Comments are closed.