୨୦୨୧ର ପ୍ରଥମ ମିଶନ ସଫଳ, ମହାକାଶକୁ ୧୯ ଉପଗ୍ରହ ପଠାଇଲା ଇସ୍ରୋ

ବେଙ୍ଗାଲୁରୁ – ଚଳିତ ବର୍ଷ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ପ୍ରଥମ ମିଶନ ସଫଳ ହୋଇଛି । ଆଜି ସକାଳେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାର ସତୀଶ ଧବନ ଅନ୍ତରୀକ୍ଷ କେନ୍ଦ୍ରରୁ ପିଏସ୍‌ଏଲ୍‌ଭି-ସି୫୧ ଲଞ୍ଚ୍ କରାଯାଇଛି । ପିଏସ୍‌ଏଲ୍‌ଭି-ସି୫୧ ରକେଟ୍ ମାଧ୍ୟମରେ ଇସ୍ରୋ ବ୍ରାଜିଲର ଅମେଜୋନିଆ-୧ ଉପଗ୍ରହ ସହ ମୋଟ ୧୯ଟି ଉପଗ୍ରହକୁ ଆଜି ଅନ୍ତରୀକ୍ଷକୁ ପଠାଇଛି ।

ପିଏସ୍‌ଏଲ୍‌ଭି-ସି୫୧ ହେଉଛି ପିଏସ୍‌ଏଲ୍‌ଭିର ୫୩ତମ ମିଶନ । ଏହି ରକେଟ୍ ଜରିଆରେ ବ୍ରାଜିଲର ଅମେଜୋନିଆ-୧ ସହ ଅନ୍ୟ ୧୮ ବାଣିଜ୍ୟିକ ଉପଗ୍ରହକୁ ମହାକାଶକୁ ପଠାଇଯାଇଛି ।

ଇସ୍ରୋ ମୁତାବକ ଏହି ରକେଟ୍ ଚେନ୍ନାଇ ଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ପ୍ରକ୍ଷେପଣ କରାଯାଇଥିଲା । ଏହି ରେକେଟ୍ ଆଜି ପୂବାହ୍ନ ପ୍ରାୟ ୧୦ଟା ୨୪ ମିନିଟରେ ଲଞ୍ଚ୍ କରାଯାଇଥିଲା । ଏଥିପାଇଁ ଅବଗଣନା ଶନିବାର ସକାଳ ୮ଟା ୫୪ ମିନିଟ୍‌ରୁ ହିଁ ଆରମ୍ଭ ହୋଇଯାଇଥିଲା ।

ଅମେଜୋନିଆ-୧କୁ ସଫଳତାର ସହ ତାର କକ୍ଷପଥରେ ଅବସ୍ଥାପିତ କରାଯାଇଥିବା ଇସ୍ରୋ ତରଫରୁ କୁହାଯାଇଛି । ପ୍ରଥମ ଥର ବ୍ରାଜିଲର ଏକ ଉପଗ୍ରହ ଭାରତରୁ ଅନ୍ତରୀକ୍ଷକୁ ପଠାଯାଇଛି । ଏହି ଉପଗ୍ରହ ସହ ଇସ୍ରୋ ଏଯାବତ୍ ଅନ୍ତରୀକ୍ଷକୁ ପଠାଇଥିବା ବିଦେଶୀ ଉପ୍ରଗହ ସଂଖ୍ୟା ୩୪୨ରେ ପହଞ୍ଚିଛି ।

Comments are closed.