୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସରକାରୀ କର୍ମଚାରୀଙ୍କୁ ଟିକା ନେବାକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ – ଦେଶରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ୁଥିବା ବେଳେ କେନ୍ଦ୍ର ଏହାର ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସରକାରୀ କର୍ମଚାରୀଙ୍କୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ କୋଭିଡ୍‌-୧୯ ଟିକା ନେବାକୁ କହିଛି ।

ଏ ସମ୍ପର୍କିତ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସବୁ ଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ଟିକା ନେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଟିକା ନେବା ପରେ ବି କୋଭିଡ୍‌-୧୯ ବିରୋଧରେ ସବୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ କର୍ମଚାରୀ ମାନଙ୍କୁ କୁହାଯାଇଛି ।

କରୋନା ଦ୍ୱାରା ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ ଭାରତରେ ସୋମବାର ପ୍ରଥମ ଥର ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ଟପିଥିଲା । ଆଜି ପୁଣି ୯୬,୬୮୨ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୪୪୨ ଜଣଙ୍କ ମୃତ୍ୟୁ ହୋଇଛି ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତ ଏବେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀର ସାମ୍ନା କରୁଛି । କୋଭିଡ୍‌-୧୯ର ନୂଆ ଷ୍ଟ୍ରେନ୍ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି । ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାରେ ଲୋକଙ୍କ ହାଲକା ମନୋଭାବ ମଧ୍ୟ ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ସାଜିଛି ।

Comments are closed.