୪୫ ବର୍ଷରୁ କମ୍ ବୟସର ହୋଇ ବି ଦେବେନ୍ଦ୍ର ଫଡନାଭିସଙ୍କ ଭଣଜାଙ୍କୁ ମିଳିଲା କୋଭିଡ୍ ଟିକା

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ୍ ଏକ ନୂଆ ବିବାଦରେ ଫସିଛନ୍ତି । କଂଗ୍ରେସ ରାଜ୍ୟ ୟୁନିଟ୍ ଟୁଇଟ୍ କରି ଦାବି କରିଛି ଯେ ଦେବେନ୍ଦ୍ର ଫଡନାଭିସଙ୍କ ଭଣଜା ୪୫ ବର୍ଷରୁ କମ୍ ବୟସର ହୋଇଥିଲେ ବି ତାଙ୍କୁ କରୋନା ଟିକା ଦିଆଯାଇଛି । କଂଗ୍ରେସ ଟ୍ୱିଟରରେ ଫଡନାଭିସଙ୍କ ଭଣଜା ଟିକା ନେବା ସମୟର ଫଟୋ ମଧ୍ୟ ପୋଷ୍ଟ କରିଛି। ଫଡନାଭିସଙ୍କ ଭଣଜା ୪୫ ବର୍ଷ ବୟସରୁ କମ୍ ହୋଇ ବି କିପରି ଟିକା ପାଇଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

କଂଗ୍ରେସ କହିଛି ଯେ ମୋଦି ସରକାର ସମ୍ପ୍ରତି କେବଳ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରିବାର ସର୍ତ୍ତ ରଖିଛନ୍ତି। ଏପରି ସ୍ଥିତିରେ ୪୫ ବର୍ଷରୁ କମ୍ ଫଡନାଭିସଙ୍କ ଭଣଜା କିପରି ଟିକାକରଣ କରିପାରିବେ? ବିଜେପି ନେତାଙ୍କ ପରିବାର ଲୋକଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ। ସାଧାରଣ ଜନତାଙ୍କ ଜୀବନର କଣ ମୂଲ୍ୟହୀନ କି?

କଂଗ୍ରେସ କହିଛି ଯେ ଏହି ଫଟୋ ଦେବେନ୍ଦ୍ର ଫଡନାଭିସଙ୍କ ଭଣଜା ତନ୍ମୟଙ୍କର। ନାଗପୁରର ଜାତୀୟ କର୍କଟ ପ୍ରତିଷ୍ଠାନରେ କରୋନା ଟିକା ନେବା ପରେ ତନ୍ମୟ ନିଜେ ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। କଂଗ୍ରେସ ଏହା ମଧ୍ୟ ଦାବି କରିଛି ଯେ ତନ୍ମୟ ମୁମ୍ବାଇରେ ପ୍ରଥମ ଏବଂ ନାଗପୁରରେ ଦ୍ୱିତୀୟ ଡୋଜ ନେଇଥିଲେ।

Comments are closed.