ରାଜ୍ୟରେ ୪୭୬୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୮୨୦

ଭୁବନେଶ୍ୱର-ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୪ ହଜାର ୭୬୧ ନୂଆ କୋରୋନା ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସବୁଠାରୁ ଅଧିକ ୮୨୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୬୭୩, ନୂଆପଡାରୁ ୫୩୪, ବଲାଙ୍ଗୀର ରୁ ୩୨୨ ଆକ୍ରାନ୍ତ ବାହାରିଛନ୍ତି । ଝାରସୁଗୁଡ଼ାରୁ ୨୩୪, ବରଗଡ଼ରୁ ୧୯୮, ପୁରୀ ରୁ ୧୯୩, ସମ୍ବଲପୁରରୁ ୧୮୩, କଳାହାଣ୍ଡିରୁ ୧୬୭, କଟକରୁ ୧୭୬, ନବରଙ୍ଗପୁର ରୁ ୧୫୪, କେନ୍ଦୁଝରରୁ ୧୦୩, ଯାଜପୁରରୁ ୮୬, ମୟୂରଭଞ୍ଜରୁ ୮୬, ବାଲେଶ୍ବରରୁ ୮୪, ଅନୁଗୁଳରୁ ୮୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡା ଭଦ୍ରକରୁ ୬୩, ରାୟଗଡ଼ାରୁ ୬୦, କେନ୍ଦ୍ରାପଡ଼ାରୁ ୫୦ ଓ ଗଞ୍ଜାମରୁ ୪୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Comments are closed.