୬ ଦିନରେ ୮ଟି ରାଜ୍ୟକୁ ୨୧୧୨ ଟନ୍ ଅକ୍ସିଜେନ ପଠାଇଛି ଓଡିଶା

ଭୁବନେଶ୍ୱର-ବିଭିନ୍ନ ରାଜ୍ୟରେ କୋଭିଡ ରୋଗୀଙ୍କ ସହାୟତା ପାଇଁ ଓଡିଶା ଅକ୍ସିଜେନ ପଠାଇବା ଜାରି ରଖିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ମାନବୀୟ ପଦକ୍ଷେପ ସାରାଦେଶରେ ପ୍ରଶଂସିତ ହୋଇଛି । ୬ ଦିନରେ ଓଡିଶା ୧୧୨ ଟ୍ୟାଙ୍କର ତରଳ ଅକ୍ସିଜେନ ପଠାଇଲାଣି । ଏ ଯାଏଁ ଓଡିଶା ୮ଟି ରାଜ୍ୟକୁ ୨ ହଜାର ୧୧୨ ଟନ୍ ଅକ୍ସିଜେନ ପଠାଇସାରିିଛି । ଗ୍ରୀନ କରିଡରରେ ଆନ୍ଧ୍ର ପ୍ରଦେଶକୁ ସର୍ବାଧିକ ୮୧୧ଟନ୍ ଅକ୍ସିଜେନ ପଠାଯାଇଛି ।

Comments are closed.