୮୭ ବର୍ଷରେ ପ୍ରଥମ : ଚଳିତ ଥର ହେବନି ରଣଜୀ ଟ୍ରଫି

ନୂଆଦିଲ୍ଲୀ – ଚଳିତ ଥର ରଣଜୀ ଟ୍ରଫି ଆୟୋଜନ ନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ରଣଜୀ ଟ୍ରଫିର ୮୭ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ନାହିଁ । ରଣଜୀ ପରିବର୍ତ୍ତେ ଅଧିକାଂଶ ରାଜ୍ୟ ସଂଘର ଇଚ୍ଛା ଅନୁସାରେ ବିଜୟ ହଜାରେ ଟ୍ରଫି ଆୟୋଜନ କରାଯିବ ବୋଲି ବିସିସିଆଇ କହିଛି ।

ବିସିସିଆଇ ପ୍ରଥମ ଥର ପାଇଁ ଅଣ୍ଡର -୧୯ ଜାତୀୟ ଦିନିକିଆ ଟୁର୍ନାମେଣ୍ଟ ଭିନୁ ମଙ୍କଡ ଟ୍ରଫି ଏବଂ ମହିଳା ଜାତୀୟ ଦିନିକିଆ ଟୁର୍ନାମେଣ୍ଟ ମଧ୍ୟ ଆୟୋଜନ କରିବ । ବୋର୍ଡ ସଚିବ ଜୟ ଶାହା ରାଜ୍ୟ ୟୁନିଟମାନଙ୍କୁ ଏକ ଚିଠିରେ ଏହି ସୂଚନା ଦେଇଛନ୍ତି।

ଖେଳାଳିମାନେ ସର୍ବାଧିକ ମ୍ୟାଚ୍ ଫି (ପ୍ରତି ମ୍ୟାଚ୍ ପ୍ରତି ୧.୫ ଲକ୍ଷ ଟଙ୍କା) ପାଉଥିବାରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହ ରଣଜୀ ଟ୍ରଫି ଆୟୋଜନ କରିବାକୁ ଚାହୁଁଥିଲେ, । କିନ୍ତୁ କରୋନା ମହାମାରୀ ଦୃଷ୍ଟିରୁ ଏହାକୁ ଦୁଇଟି ପର‌୍ୟ୍ୟାୟରେ ଆୟୋଜନ କରିବା ପାଇଁ ଦୁଇ ମାସର ବାୟୋ ବବୁଲ ସୃଷ୍ଟି କରିବା ସମ୍ଭବ ନୁହେଁ ।

ଶାହା ଚିଠିରେ ଲେଖିଛନ୍ତି, ମୁଁ ଆପଣମାନଙ୍କୁ ଏହା ଜଣାଇ ଖୁସି ଯେ ଚଳିତ ଥର ବିଜୟ ହଜାରେ ଟ୍ରଫି ସହ ସିନିୟର ମହିଳା ଦିନିକିଆ ଟୁର୍ନାମେଣ୍ଟ, ଏବଂ ୧୯ ବର୍ଷରୁ କମ୍ ଭିନୁ ମଙ୍କଡ ଟ୍ରଫି ଆୟୋଜନ କରାଯିବ । ଘରୋଇ ସିଜନ ୨୦୨୦-୨୧ ସମ୍ବନ୍ଧରେ ଆପଣଙ୍କ ମତାମତ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଜୟ ଶାହା ମଧ୍ୟ କହିଛନ୍ତି ଯେ କରୋନା କାଳରେ ଏକ ଘରୋଇ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ବହୁତ କଷ୍ଟକର ଜ୍ଝ ସେ କହିଛନ୍ତି ଯେ ଆମେ ବହୁ ସମୟ ହରାଇ ସାରିଛୁ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କ୍ରିକେଟ୍ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ଅତ୍ୟନ୍ତ କଷ୍ଟକର ଥିଲା।

ବିସିସିଆଇ ଏହାର ଏଜିଏମ୍ ରେ ନିଷ୍ପତ୍ତି ନେଇଥିଲା ଯେ ଚଳିତ ସିଜନକୁ କାଣ୍ଟଛାଣ୍ଟ୍ କରାଗଲେ ଖେଳାଳିଙ୍କୁ କ୍ଷତିପୂରଣ ଦିଆଯିବ। ଘରୋଇ କ୍ରିକେଟରଙ୍କ ଆର୍ଥିକ ଅବସ୍ଥା ଯେପରି ପ୍ରଭାବିତ ନହୁଏ ସେଥିପାଇଁ ବୋର୍ଡ ଏହି ଦିଗରେ କିଛି ପଦକ୍ଷେପ ଗ୍ରହଣ କରିବ ବୋଲି ବିଶ୍ୱାସ କରାଯାଉଛି। ସୟଦ ମୁସ୍ତାକ୍ ଅଲି ଟ୍ରଫି ଟି -୨୦ ଟୁର୍ନାମେଣ୍ଟ ଆୟୋଜନ କରିଥିବାରୁ ଶାହା ରାଜ୍ୟ ୟୁନିଟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.