୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର, ପ୍ରଥମ ତିନି ଦିନ କେବଳ ସେବାୟତଙ୍କ ପରିବାର କରିବେ ଦର୍ଶନ

ପୁରୀ – ଦୀର୍ଘ ୯ ମାସ ପରେ ଆଜି ଖୋଲିଛି ଶ୍ରୀମନ୍ଦିର । ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ସେବାୟତଙ୍କ ପରିବାର । ଆଜିଠାରୁ ୨୫ ତାରିଖ ଯାଏଁ ସେବାୟତଙ୍କ ପରିବାର ହିଁ ଶ୍ରୀଜୀଉଙ୍କୁ ଦର୍ଶନ କରିବେ । ଡିସେମ୍ବର ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରର ଲୋକ ଦିଅଁ ଦର୍ଶନ କରିବେ । ଏଥିପାଇଁ ୱାର୍ଡ ୱାରି ଦର୍ଶନ ବ୍ୟବସ୍ଥା କରାଯାଇଛି । ଜାନୁଆରୀ ୩ ତାରିଖରୁ ପୁରୀ ବାହାରର ଲୋକ ଦର୍ଶନ କରିବେ । ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିବ । ତିନିଟି ପର୍ଯ୍ୟାୟରେ ଦୈନିକ ପ୍ରାୟ ୧୪ ଘଂଟା ଦର୍ଶନ ପାଇଁ ଖୋଲା ରହିବ ଶ୍ରୀମନ୍ଦିର ।

Comments are closed.