ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ, ୧୦୦ରୁ ଊର୍ଦ୍ଧ୍ୱ ଲୋକ ମୃତ ଆଶଙ୍କା

ଡେରାଡୁନ – ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଘଟିଛି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ । ରବିବାର ସକାଳେ ହିମସ୍ଫଳନ ଯୋଗୁଁ ଧୌଳିଗଙ୍ଗା ନଦୀରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତରାଖଣ୍ଡର ମୁଖ୍ୟ ସଚିବ ଓମ୍‌ପ୍ରକାଶଙ୍କ ସୂଚନା ମୁତାବକ ଏହି ଘଟଣାରେ ୧୦୦ରୁ ୧୫୦ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଚମୋଲିର ତପୋବନ ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ଋଷିଗଙ୍ଗା ବିଦ୍ୟୁତ ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏଠାରେ କାମ କରୁଥିବା ଅନେକ ଶ୍ରମିକ ନିଖୋଜ ହୋଇଯାଇଛନ୍ତି । ନଦୀ ନିକଟରେ ଅନେକ ଘର ମଧ୍ୟ ଭାସିଯାଇଛି । ଆଖାପାଖ ଗାଁରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଋଷିଗଙ୍ଗା ବ୍ୟତୀତ ଏନ୍‌ଟିପିସିର ଏକ ପ୍ରକଳ୍ପ ବି ଏହି ହିମସ୍ଫଳନରେ କ୍ଷତିଗ୍ରସ୍ତ ହୋଇଛି । ତପୋବନ ବ୍ୟାରେଜ୍ ଶ୍ରୀନଗର ଡ୍ୟାମ୍ ଓ ଋଷିକେଷ ଡ୍ୟାମ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଘଟଣା ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଦିଲ୍ଲୀରୁ ଆଇଟିବିପି, ଏସ୍‌ଡିଆରଫ୍ ଓ ଏନ୍‌ଡିଆରଫ୍ ଦଳ ଘଟଣାସ୍ଥଳକୁ ପଠାଯାଇଛି । ତପୋବନ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରାଯାଇଛି ।

 

Comments are closed.