ରାଜ୍ୟସଭାରେ ଓଡିଶା ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇଲା ବିଜେଡି, ସସ୍ମିତ କହିଲେ କେନ୍ଦ୍ର ନିକଟରେ ପଡିରହିଛି ବିଭିନ୍ନ ବିକାଶ କାମ

ନୂଆଦିଲ୍ଲୀ – ରାଜ୍ୟସଭାରେ ଓଡିଶା ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇଛି ବିଜେଡି । ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ର ଗୃହରେ କହିଛନ୍ତି ଯେ, କେନ୍ଦ୍ର ନିକଟରେ ବିଭିନ୍ନ ବିକାଶମୂଳକ ବିଷୟ ପଡିରହିଛି । ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ଦାବି ପଡି ରହିଛି । କୋଶଳୀ ଓ ହୋ ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଇନାହିଁ । ଏହାଛଡା ସୁନ୍ଦରଗଡ ଜିଲ୍ଲାରେ ରାଜ୍ୟର ଦ୍ୱିତୀୟ ଏମସ ପ୍ରତିଷ୍ଠା ହେବା ବାକି ଅଛି ।

ସର୍ବସମ୍ମତିକ୍ରମେ ବିଧାନସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲେ ମଧ୍ୟ ବିଧାନପରିଷଦ ଏ ପର୍ଯ୍ୟନ୍ତ ଆସିପାରିନାହିଁ । ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମିଳିପାରିନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରି ବାରମ୍ବାର ଚିଠି ଲେଖିଥିଲେ ମଧ୍ୟ ଅନେକ ବିଷୟ ପଡିରହୁଛି ବୋଲି ସସ୍ମିତ ପାତ୍ର ରାଜ୍ୟସଭାରେ କହିଥିଲେ ।

Comments are closed.