ରାଉକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ବିର୍ସାମୁଣ୍ଡାଙ୍କ ନାଁରେ ନାମିତ

ରାଉରକେଲା – ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସର୍ବବୃହତ ହକି ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ ହେଲା ପ୍ରସ୍ତାବିତ ହକି ଷ୍ଟାଡିୟମ । ରାଉରକେଲାରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି ।

ଏହି ଷ୍ଟାଡିୟମରେ ୨୦୨୩ ବିଶ୍ୱକପ୍ ହକିର କିଛି ମ୍ୟାଚ ଖେଳାଯିବ । ଭିତ୍ତିପ୍ରସ୍ତର ସ୍ଥାପନ ହେଲା ପରେ ପ୍ରସ୍ତାବିତ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମର ପ୍ରତୀରାତ୍ମକ ଚିତ୍ର ଜାରି କରାଯାଇଛି ।

Comments are closed.