କୋରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର-କୋରୋନା ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ପରିସର ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀଙ୍କୁ କୋରୋନା ଟିକା ଦିଆଯାଇଛି । ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନର ପ୍ରଥମ ଡୋଜ୍ ନେଇଛନ୍ତି ନବୀନ । ନିଜେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଏ ବିଷୟ ଜଣାଇଛନ୍ତି ।

କୋଭିଡ ଟିକାକରଣର ଦ୍ୱିତୀୟ
ପର୍ଯ୍ୟାୟର ଆଜି ପ୍ରଥମ ଦିନରେ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଅତି ସ୍ୱଳ୍ପ ସମୟରେ କୋରୋନା ଟିକା ପ୍ରସ୍ତୁତ କରି ଲୋକଙ୍କ ପାଇଁ ଉପଲବ୍ଧ କରିପାରିଥିବାରୁ ବୈଜ୍ଞାନିକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଚ୍ଚାଇଛନ୍ତି ନବୀନ । ଟିକାକରଣ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜିଠାରୁ ୪୫ରୁ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

Comments are closed.