ଭୁବନେଶ୍ୱର ଆରଏମଆରସିରେ ଟେଷ୍ଟ ପରେ ଡାକ୍ତର ସୁଲେମାନଙ୍କ କୋରୋନା ରିପୋର୍ଟ ନେଗେଟିଭ

ଭୁବନେଶ୍ୱର- ଅବସରପ୍ରାପ୍ତ ଡାକ୍ତର ଏସ.ସୁଲେମାନଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ସେ ୩ ସପ୍ତାହ ପୂର୍ବେ କୋଭିଶିଲ୍ଡର ୨ଟି ଡୋଜ୍ ନେବା ପରେ ଟେଷ୍ଟ କରାଇଥିଲେ । ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଆରଟି-ପିସିଆର ଟେଷ୍ଟରେ ସୁଲେମାନଙ୍କ ଟେଷ୍ଟ ପଜିଟିଭ ଆସିଥିବାରୁ ଚିନ୍ତା ପ୍ରକାଶ ପାଇଥିଲା ।

କୋରୋନା ଡୋଜ୍ ନେବା ପରେ ପଜିଟିଭ ହୋଇଥିବାରୁ ଚିନ୍ତା ବଢିଥିଲା । କିନ୍ତୁ ଭୁବନେଶ୍ୱର ଆରଏମଆରସିରେ ସେ କରିଥିବା ଆରଟି-ପିସିଆର୍ ଟେଷ୍ଟରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି ।

Comments are closed.