ବିଜେପିରେ ଯୋଗ ଦେଲେ ମିଥୁନ ଚକ୍ରବର୍ତ୍ତୀ

କୋଲକାତା – ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହୋଇଛନ୍ତି । କୋଲକାତାର ବ୍ରିଗେଡ ପରେଡ୍ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସଭା ପୂର୍ବରୁ ବିଜେପିରେ ଯୋଗ ଦେଇଛନ୍ତି ଏହି ଲୋକପ୍ରିୟ ଅଭିନେତା ।

ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ମିଥୁନ । ପୂର୍ବରୁ ୭୦ ବର୍ଷିୟ ମିଥୁନ ଶାସକ ତୃଣମୂଳ କଂଗ୍ରେସ ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଦୁଇ ବର୍ଷ ପରେ ସେ ଇସ୍ତଫା ଦେଇଥିଲେ ।

Comments are closed.