ଏପ୍ରିଲ ୯ରୁ ଆଇପିଏଲର ପରବର୍ତ୍ତୀ ସଂସ୍କରଣ, ମେ ୩୦ରେ ଫାଇନାଲ

ମୁମ୍ବାଇ – ଆଇପିଏଲର ପରବର୍ତ୍ତୀ ସଂସ୍କରଣ ଏହି ବର୍ଷ ଏପ୍ରିଲ ୯ରୁ ଆରମ୍ଭ ହେବ । ଗତଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ମଧ୍ୟରେ ହେବ ଉଦଘାଟନୀ ମ୍ୟାଚ୍ । ଚେନ୍ନାଇରେ ଖେଳାଯିବ ଏହି ମ୍ୟାଚ୍ ।

ପ୍ରାୟ ଦୁଇ ବର୍ଷ ପରେ ପୁଣି ଭାରତ ମାଟିରେ ଖେଳାଯିବ ଆଇପିଏଲ୍ । ଗତବର୍ଷ କୋରୋନା ମହାମାରୀ ଯୋଗୁଁ ଆଇପିଏଲ ଡେରିରେ ଖେଳାଯାଇଥିଲା । ୟୁଏଇରେ ଆୟୋଜିତ ହୋଇଥିଲା ଟୁର୍ଣ୍ଣାମେଂଟ୍ । ଏଥରର ପ୍ରତିଯୋଗିତାର ମ୍ୟାଚ ସବୁ ଅହମ୍ମଦାବାଦ, ବେଙ୍ଗାଳୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ଖେଳାଯିବ । ମେ ୩୦ ତାରିଖରେ ଖେଳାଯିବ ଫାଇନାଲ ମ୍ୟାଚ୍ । ମୋଟ ୫୬ଟି ଲିଗ୍ ମ୍ୟାଚ୍ ଖେଳାଯିବ ।

Comments are closed.