ଶିମିଳପାଳ ଜଙ୍ଗଲ ନିଆଁ ଆୟତ୍ତାଧିନ, ସବୁ ବନ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର- ଶିିମିଳପାଳ ଜଙ୍ଗଲରେ ଲାଗିଥିବା ନିଆଁ ଆୟତ୍ତରେ ରହିଛି । ନ୍ୟାସନାଲ ରିମୋଟ ସେନସିଂ ସେଂଟର-ଏନଆରଏସସି ହାଇଦ୍ରାବାଦ ପକ୍ଷରୁ ଜାରି ସାଟେଲାଇଟ ଫଟୋଚିତ୍ରରୁ ଏହା ଜଣାପଡିଥିବା ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସେପଟେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । କୁଆପଥର ମାଡ ସବ ବର୍ଷା ହୋଇଥି । ଶିମିଳିପାଳ ବନାଗ୍ନି ଲିଭିବାରେ ଏହି ବର୍ଷା ସାମାନ୍ୟ ଭାବେ ସହାୟକ ହେବ ।

ଏଣ ନିଆଁଲିଭା କାର୍ଯ୍ୟରେ ଥିବା ବନ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି । କୌଣସି କର୍ମଚାରୀ ବିନା ଅନୁମତିରେ ଛୁଟିରେ ରହିପାରିବେ ନାହିଁ ।

Comments are closed.